ଆଦ୍ୟ ତାରିଖ 23.12.2022 ଶୁକ୍ରବାର ଦିନ ସାଇ ମେମୋରିଆଲ ଇନ୍ଷ୍ଟିଚ୍ଯୁଟ ଅଫ୍ ଏଜୁକେସନ ଏଣ୍ଡ୍ ଟେକ୍ନୋଲୋଜି ଏବଂ ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ” ସ୍ୱଚ୍ଛ ପରିବେଶ ପର୍ଯ୍ୟଟନର ବିକାଶ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ପ୍ରଥମେ ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଠାରେ ପର୍ଯ୍ୟଟକମାନଙ୍କୁ ବଣଭୋଜି ସରିବା ପରେ ଉକ୍ତ ସ୍ଥାନକୁ ସଫା ସୁତୁରା କରି ଆବର୍ଜନା ଗୁଡିକୁ ଆବର୍ଜନା କୁଣ୍ଡରେ ପକାଇବା ପାଇଁ ସଚେତନତା କରିଥିଲେ ଏବଂ ତାପରେ ଗଜପତି ଜିଲ୍ଲାର ଜିରାଙ୍ଗ ଠାରେ ଅନୁଷ୍ଠାନର ପରିଚାଳିକା ସୋନାଲି ମଣ୍ଡଳ ଗୋଟିଏ ବୃକ୍ଷରୋପଣ କରି, ବୃକ୍ଷର ମହତ୍ୱ ବିଷୟରେ କହିଥିଲେ | ଅନୁଷ୍ଠାନର ମୁଖ୍ୟ ନିର୍ଦେଶକ ସଞ୍ଜୟ କୁମାର ବସ୍ତିଆ ଆବର୍ଜନା ଗୁଡିକ ପୁନଃ ବ୍ୟବହାର କିପରି ହୋଇପାରିବ ସେ ବିଷୟରେ କହିଥିଲେ | ଏହାପରେ ବ୍ରହ୍ମହପୁର ସବୁଜ ବାହିନୀର ସମ୍ପାଦକ ପ୍ରସନ୍ନ କୁମାର ସ୍ୱାଇଁ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମିଶି ବଣଭୋଜି କରିବାକୁ ଆସିଥିବା ସମସ୍ତ ପର୍ଯ୍ୟଟକମାନଙ୍କ ପାଖକୁ ଯାଇ ଅଳିଆ ଆବର୍ଜନା ଏଣେତେଣେ ନ ପକାଇ ଆବର୍ଜନ କୁଣ୍ଡ ବ୍ୟବହାର କରିବାପାଇଁ ସଚେତନ କରାଇଥିଲେ ,ଯାହା ଫଳରେ ଅନ୍ୟ ପଯଟକ ମାନେ ଆସିଲେ ଉପଭୋଗ କରିପାରିବେ | ଅନୁଷ୍ଠାନର ଛାତ୍ରୀ ବିଜୟଲକ୍ଷ୍ମୀ ପରିବେଶ ସୁରକ୍ଷା ବିଷୟରେ ଅଭିଭାଷଣ ରଖିଥିଲେ | ଶେଷରେ ସମସ୍ତେ ବଣଭୋଜି ଓ ପ୍ରକୃତିକୁ ଉପଭୋଗ କରିଥିଲେ | ଏହି କାର୍ଯ୍ୟକ୍ରମରେ ଖସଡା ଉନ୍ନୟନ କମିଟି ଶ୍ରୀ ପୁନଚଂଦର ଦାସ ଏବଂ ଅନୁଷ୍ଠାନର ପରିଚାଳିକା ସୋନାଲି ମଣ୍ଡଳ, ନିର୍ଦେଶକ ସଞ୍ଜୟ କୁମାର ବସ୍ତିଆ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ଯଥା : ସୁଶୀଲ, ଶଙ୍କର, ପପୁ, ଜ୍ୟୋତି, ନର୍ମଦା, ଜିତୁ ,ରୁଦ୍ର,ନୃସିଂହ, ନାରାୟଣ, ଶ୍ରଦ୍ଧାଞ୍ଜଳୀ, ସଶ୍ମିତା ସମୂହ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମକୁ ସ୍ବେଛାସେବୀ ଅନୁଷ୍ଠାନ ବ୍ରହ୍ମପୁର ସବୁଜ ବାହିନୀର ସମ୍ପାଦକ ପ୍ରସନ୍ନ କୁମାର ସ୍ୱାଇଁ ପରିଚାଳନା କରିଥିଲେ|

Clean Environment for Tourist Places Program at Taptapani and Jiranga
- Post author:Berhampur Sabuja Bahini
- Post published:January 6, 2023
- Post category:Clean Environment
- Post comments:0 Comments